Codedwap

Odia Kendara Gita କେନ୍ଦରା ଗୀତ-୧ By Yogi Ramachandra, Jagatsinghpur

by: CANVAS ODISHA     Published on: 07 April 2019

Views: 351,233

2,986    297   

Description :

Click the 'bell' icon and Subscribe our channel !ଆମ ଲୋକକଳା, ଆମ ସଂସ୍କୃତିପିଲା ଦିନେ ଆମ ନିଜ ଗାଁଗଣ୍ଡା ମାନଙ୍କରେ ଦେଖିଥିବା ଅନେକ ଯୋଗୀ ଓ ଧର୍ମଭିକ୍ଷୁ ମାନଙ୍କୁ ଭିକ୍ଷା ମାଗୁଥିବା ସମୟରେ . ମୁଣ୍ଡରେ ଗାମୁଛା ଗୁଡ଼ାଇ ଲାଉ ତୁମ୍ବା ଟିଏ ହାତରେ ଧରି ଛୁଟାଇ ଦିଅନ୍ତି ହୃଦୟ ସ୍ପର୍ଶୀ ମୁକ୍ତିର ଗୀତ . ଓଡ଼ିଶାର ପୁରପଲ୍ଲୀକୁ ଆସୁଥିବା ଯୋଗୀମାନେ ହେଉଛନ୍ତି ଓଡିଶା ମାଟିର ସ୍ଵସଂସ୍କୃତି .ଅନେକ ଯୋଗୀ ମାନଙ୍କ ମଧ୍ୟରୁ ସର୍ବଦା ସାଧାରଣ ଲୋକଙ୍କ ଆଖି କେନ୍ଦରା ବାଲାକୁ ଖୋଜୁଥାଏ . “କେନ୍ଦରା” ଶବ୍ଦଟି ଶୁଣିଲେ ଟିକେ ଗାଉଁଲୀ ଶବ୍ଦ ଭଳି ଲାଗୁଛିନା ? ହଁ ଏକଥା ସତଯେ ପ୍ରାଚୀନ ଓଡିଶାର ପୁରପଲ୍ଲୀରେ ପ୍ରଚଳିତ ଥିବା ଭାଷାରୁ ଏହି ଶବ୍ଦର ସୃଷ୍ଟି .କେନ୍ଦରା କହିଲେ କୌଣସି ପଦାର୍ଥ ନୁହେଁ ବରଂ ଏକ ପାରମ୍ପରିକ ବାଦ୍ୟ ଯନ୍ତ୍ରକୁ ବୁଝାଏ .କେନ୍ଦରାଟି ଦେଖିଲେ ଯେତିକି କୌତୂହଳୀପୂର୍ଣ୍ଣ ଲାଗେ ଠିକ ସେତିକି ମଧୁର ଲାଗେ ଶୁଣିବାକୁ ଏହାର ସ୍ୱର ।ଶୁଖିଲା ନଡିଆର ଶଢେଇ, ବାଉଁଶ, ଗୋଧୀଚମଡା ଓ ଘୋଡା ଲାଞ୍ଜର କେଶର ସମ୍ମିଶ୍ରଣରେ ତିଆରି କରାଯାଇଥାଏ କେନ୍ଦରା । ଏହି ବାଦ୍ୟଯନ୍ତ୍ରର ସୃଷ୍ଟି ପୁରୀ ଜିଲ୍ଲାରୁ ହୋଇଥିବାର ଐତିହାସିକ ମାନେ ବଳିଷ୍ଠ ମତ ପ୍ରଦାନ କରନ୍ତି । କାନନ୍ଦୀ ବୈଷ୍ଣବ ସଂପ୍ରଦାୟର ଲୋକମାନେ କୁହନ୍ତି ଯେ- ମହାଦେବ ଶିବଙ୍କ ଠାରୁ ଅବଧୂତ ବା ଦତ୍ତାତ୍ରେୟ ମୁନୀଙ୍କ ସୃଷ୍ଟି । ଅବଧୂତ ମୁନୀଙ୍କ ଠାରୁ ଗୋରେଖା, ନଗେନ୍ଦ୍ର, ନଚେନ୍ଦ୍ର ଓ ମଶ୍ଚେନ୍ଦ୍ର ନାମକ ଚାରି ସନ୍ତାନ ଜନ୍ମ ଗ୍ରହଣ କରିଥିଲେ । ପରବର୍ତ୍ତୀ କାଳରେ ଅବଧୂତ ମୁନୀଙ୍କର ଏହି ଚାରି ପୁତ୍ରଙ୍କ ଠାରୁ ସୃଷ୍ଟି ହେଲା ଚାରୋଟି ଭିନ୍ନ ସଂପ୍ରଦାୟ । ଏବଂ ରୁଷୀ ଗୋରେଖଙ୍କ ଠାରୁ ସୃଷ୍ଟି ହେଲା “ନାଥ ସମ୍ପ୍ରଦାୟ” ବା “କାଳନ୍ଦି ବୈଷ୍ଣବ ସମ୍ପ୍ରଦାୟ” । ନାଥ ସଂପ୍ରଦାୟର ଲୋକମାନେ ବାଛିନେଲେ ଗୋରେଖାଙ୍କ ଠାରୁ ଉତ୍ପନ୍ନ ମୁକ୍ତିର ଏକ ଭିନ୍ନ ପଥ । ଯେଉଁ ପଥରେ ଚାଲିବାକୁ ହେଲେ ବ୍ୟକ୍ତିକୁ ନିଜ ଜୀବନର ସମସ୍ତ ସ୍ଥାବର ଅସ୍ଥାବର ସୁଖସ୍ଵାଚ୍ଚାନ୍ଦ୍ୟକୁ ତ୍ୟାଗ କରିବାକୁ ହେବ । ମିଛ ମୋହମାୟା ସଂସାର (ପରିବାର, ଘରଦ୍ଵାର, ଆତ୍ମୀୟସ୍ଵଜନ) ବନ୍ଧନରୁ ମୁକ୍ତ ହୋଇ ହାତରେ ଶିବଙ୍କ ଲାଉ ତୁମ୍ବାଟିଏ ଧରି ସର୍ବଦା ରାମନାମ ଗାଇ ଧର୍ମଭିକ୍ଷା କରିବାକୁ ହେବ ।ପ୍ରତ୍ୟକ୍ଷ ଓ ପରୋକ୍ଷ ରୂପେ ନିଜ ଆତ୍ମୀୟ ସ୍ଵଜନ ମାନଙ୍କଠାରୁ ଦୂରରେ ରହି ଗ୍ରହଣ କରିବାକୁ ହେବ ଯୋଗୀ ଦୀକ୍ଷା । ଜଣେ ଲୋକ ଯୋଗୀ ଦୀକ୍ଷା ନେବା ମାତ୍ରେ ସେ ବୈଷ୍ଣବରେ ପରିଣତ ହୋଇଯାଏ । ତେଣୁ ଏହି କେନ୍ଦରା ଧାରୀ ଯୋଗୀ ମାନେ ନିଜକୁ “କାଳନ୍ଦି ବୈଷ୍ଣବ” ସମ୍ପ୍ରଦାୟର ସଦସ୍ୟ ବୋଲି କହିଥାନ୍ତି । ଓଡିଶାର ସଂସ୍କୃତି ଓ ଚଳଣୀ ଅନୁସାରେ ଯୋଗୀ ପରମ୍ପରାର ଲୋକମାନେ ହୃଦୟ ବିଦାରକ ଗୀତ ବୋଲିବା ସହିତ କେନ୍ଦରା ବଜାଇ ଗାଆଁ ଗହଳିରେ ଛୁଟାଇ ଦିଅନ୍ତି କରୁଣ ସ୍ଵର ।ଯାହାକୁ ଶୁଣିବା ମାତ୍ରେ ଯେକେହି ବି ହେଉନା କାହିଁକି କିଛି ସମୟ ପାଇଁ ନିଜ ଦୈନନ୍ଦିନ କାମ ଛାଡି ନିସ୍ତବ୍ଧ ରୂପେ କାନ ଡେରିଦିଏ କେନ୍ଦରାରୁ ଉତ୍ପନ୍ନ କରୁଣ ସ୍ଵର ଆଡକୁ । “ଭଜୁକିନା ରାମନାମରେ ରାଜନ ଜପୂକିନା ରାମନାମ ଭାଜିନ ପାରିଲେ କୁଳଚନ୍ଦ୍ରମାରେ ବାନ୍ଧିନେବ କାଳ ଯମ ।। ସେହି କାଳ ଯମ ବଡ ଦାରୁଣରେ ନଯାଣଇ ଦୁଃଖ ସୁଖ ବାଛିନେବ କଞ୍ଚା ରଖିବ ପାଚିଲା ଦେବଟି ଦାରୁଣ ଦୁଃଖ ।।”ଲୋକ ମାନେ କୁକର୍ମ ଛାଡି ସୁକର୍ମ କରିବାପାଇଁ ପ୍ରୟାସ କରୁଥିଲେ । ଫଳରେ ସାମାଜିକ ଶ୍ରୁଙ୍ଖଳା ବଳିଷ୍ଠ ରହୁଥିଲା ।ମାତ୍ର ଆଜିର ଯୁଗ ହେଉଛି ବିଜ୍ଞାନର ଯୁଗ । ଲୋକମାନେ ଏବେ ଧାର୍ମିକ ଚେତନା ଓ ଅଲୌକିକ ଶକ୍ତି ଠାରୁ ଅଧିକ ପ୍ରାମାଣିକ ବସ୍ତୁବାଦ ଉପରେ ଗୁରୁତ୍ଵ ଦେଉଛନ୍ତି । ଆଜିର ବିଜ୍ଞାନ ଓଡିଆ ସଂସ୍କୃତିର ପ୍ରାଚୀନ ପରମ୍ପରାକୁ ବିଜ୍ଞାନ ସମ୍ମତ ବୋଲି ସିଦ୍ଧ କରିସାରିଛି । ଏହା ସତ୍ତ୍ୱେ ଲୋକ ମାନଙ୍କଠାରେ ଏବେ ପ୍ରାଚୀନ ସଂସ୍କୃତି ପ୍ରତି ଅନାଦର ଭାବ ଦେଖାଗଲାଣି । ମାତ୍ର ଏହା ଅସମ୍ଭବ । କାରଣ ଲୋକସଂସ୍କୃତି ବୈଜ୍ଞାନିକ ଚିନ୍ତାଧାରାକୁ ଧର୍ମର ଆଖ୍ୟା ଦେଇ ଲୋକ ମାନଙ୍କ ଦ୍ଵାରା ପାଳନ କରାଏ । ଯେବେକୀ ଅନ୍ଧବିଶ୍ଵାସ ଓ କୁପ୍ରଥା କିଛି ସାମାଜିକ କୁତ୍ସିତ, ଅସାମାଜିକ କାର୍ଯ୍ୟରେ ଲିପ୍ତ, ବିକୃତ ମସ୍ତିଷ୍କ ବ୍ୟକ୍ତି ମାନଙ୍କ ଠାରୁ ଜନ୍ମ ନିଏ । ଆଜି ସମୟର ପରିବର୍ତ୍ତନ ସହ ଲୋକସଂସ୍କୃତିର ପତନ ଦେଖାଦେଇଛି । ଏହାର ମୁଖ୍ୟ କାରଣ ହେଉଛି ନିର୍ବୋଧତା ଓ ଅସେଚତନତା । କେନ୍ଦରାବାଲାର ଭିକ୍ଷା ବୃତ୍ତି ହୁଏତ ସମାଜର ବୈଜ୍ଞାନିକ ଚିନ୍ତାଧାରା ସହ କୌଣସି ମତେ ସମ୍ପୃକ୍ତ ଓ ଯୁକ୍ତିଯୁକ୍ତ ନୁହେଁ । ମାତ୍ର ଟୀକା ଗୋବିନ୍ଦଚନ୍ଦ୍ର ଓ କେନ୍ଦରା ବାଦ୍ୟଯନ୍ତ୍ର ନିଶ୍ଚୟ ରୂପେ ବୈଜ୍ଞାନିକ ଚିନ୍ତାଧାରା ସହ ଜଡିତ । ଟୀକାଗୋବିନ୍ଦଚନ୍ଦ୍ର ଦ୍ଵାରା ଲୋକ ମାନଙ୍କ ମଧ୍ୟରେ କର୍ମର ପରିସୀମାକୁ ଦର୍ଶାଇବାସହ କେନ୍ଦରା ବାଦ୍ୟଯନ୍ତ୍ରର ସ୍ଵର ଅତ୍ୟନ୍ତ ଶ୍ରୁତିମଧୁର । ଆଜି ଦିନକୁଦିନ ଏପରି ଅନେକ ଲୋକସଂସ୍କୃତି ରହିଛି ଯାହା କାଳକ୍ରମେ ଲୋପ ପାଇବାକୁ ବସିଛି । ଯଦି ଏସବୁର ପୁନଃଉଦ୍ଧାର କରାନଯାଏ ତେବେ ଆଗାମୀ ପିଢୀର ଲୋକ ମାନେ କେବଳ କାହାଣୀ ଭଳି ଏଭଳି ସଂସ୍କୃତି ଥିଲା ବୋଲି ଶୁଣିପାରିବେ । ସ୍ଵଚକ୍ଷୁରେ କେବେ ଦେଖିପାରିବେ ନାହିଁ ।For always being informed, and entertained find us here:Visit our News websitehttp://www.canvasodisha.comFollow us on Facebookhttps://www.facebook.com/canvasodisha...SUBSCRIBE to Canvas Odisha Channelhttps://www.youtube.com/canvasodishaFollow us on Twitterhttps://twitter.com/OdishaCanvasFollow us on Instagramhttps://www.instagram.com/canvasodisha/Kala Tirtha Anusthana cuttackhttps://youtu.be/yjfKk2-gAl4#KendaraGita #OdiaKendaraGita #Lokakala#OdishaNews#Odia#Bhubaneswar#OdiaNewsCanvas Odisha is Odisha’s Leading 24x7 news and current affairs WEB channel from Bhubaneswar. Please visit our website http://www.canvasodisha.com/ for latest oppinions and details news coverage, State News, Breaking News, Twin City (Cuttack & Bhubaneswar), Political News, National & International News, Crime News, Cyclone & Most Popular Of Sanita Swara (Power Of Peoples Voice ) & ETC, Picture, Entertainment, Sports, Cricket and Lifestyles.